|
ଭୂମିକା
ଶାନ୍ତି ମଣିଷ ଜୀବନର ଚ଼ରମ ଲକ୍ଷ୍ୟ । ଏହା ପ୍ରତ୍ୟେକ ବ୍ୟକ୍ତି, ସମାଜ, ଧର୍ମ ତଥା ସଂପ୍ରଦାୟର ଲୋକେ ଅଳ୍ପ ବହୁତ ଜାଣନ୍ତି । ଶାନ୍ତି ପାଇବାପାଇଁ ଯଦିଓ ଆମ୍ଭେମାନେ ପ୍ରାୟ ଜଡ଼ବିଜ୍ଞାନ, ଧର୍ମ ପୁସ୍ତକ ତଥା ଶାସ୍ତ୍ରମାନଙ୍କ ଉପରେ ନିର୍ଭର କରୁ, ତଥାପି ବିଭିନ୍ନ ଯୁଗରେ ମହାପୁରୁଷମାନେ ଜନ୍ମ ନେଇ ସେମାନଙ୍କର ମହାନ୍ | ବାକ୍ୟ, ବାଣୀ ଓ ଉପଦେଶ ଦ୍ୱାରା ଆମ୍ଭମାନଙ୍କୁ ଶାନ୍ତି ପାଇବାର ଉପାୟ ଦର୍ଶାଇ ଥାଆନ୍ତି । ପାରିପାର୍ଶ୍ୱିକ ଅବସ୍ଥା ଭିତରେ ଯେପରି ମଣିଷ ସୁଖ ଓ ଶାନ୍ତିରେ ଜୀବନ ଯାପନ କରିପାରିବ ଓ ମୁକ୍ତି ଲାଭ କରିପାରିବ, ସେହି ଅନୁଯାୟୀ ସେମାନେ ଉପଦେଶ ଦିଅନ୍ତି ଏବଂ ବାଣୀ ମାଧ୍ୟମରେ ନିଜର ଭାବଧାରାକୁ ପ୍ରକାଶ କରିଥାନ୍ତି ।
ମଣିଷ ମଧ୍ୟରେ ଅସୀମ ଶକ୍ତିର ଭଣ୍ଡାର ରହିଛି । କାରଣରୁ ଏହି ଶକ୍ତି ସୁପ୍ତ ଅବସ୍ଥାରେ ରହିଥିବାରୁ, ଏହାକୁ ଜାଗ୍ରତ କରିବା ସକାଶେ ପରମାତ୍ମା କେତେବେଳେ ଅବତାର ଭାବରେ,
କେତେବେଳେ ମୁନିରୁଷୀ ଭାବରେ, କେତେବେଳେ ମହାପୁରୁଷ ଭାବରେ ତ କେତେବେଳେ ସଦ୍ଗରୁ ଭାବରେ ପ୍ରତି ଯୁଗରେ ଆବିର୍ଭୁତ ହୁଅନ୍ତି । ସେମାନଙ୍କ ଭାବଧାରାରେ ଆଧାରିତ ବାଣୀମାନଙ୍କ ପ୍ରେରଣାରେ ଜୀବ ନିଜର ସୁପ୍ତ ଶକ୍ତିକୁ ଜାଗ୍ରତ କରିଥାଏ । ତାହାର ଫଳ ସ୍ୱରୂପ ଜୀବର ଜ୍ଞାନ, କର୍ମ ଓ ଭାବରେ ଉନ୍ନତି ଘଟେ । ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ଦିବ୍ୟଦର୍ଶନ ଜ୍ଞାନ, କର୍ମ ଓ ଭକ୍ତିର ସମନ୍ୱିତ ଭାବବାଣୀକୁ ଆଧାର କରି ନିଜକୁ ପ୍ରକାଶ କରୁଛି ।
ମୂଳତଃ "ଦିବ୍ୟଦର୍ଶନ" ଜ୍ଞାନକୁ ପରମ ଧ୍ୟେୟ ହିସାବରେ ଗ୍ରହଣ କରେ । ଦିବ୍ୟଦର୍ଶନର ଭାବଧାରା ଉପରେ ଆଧାରିତ କେତେକ ବାଣୀ ଏଠାରେ ପ୍ରକାଶ କରାଯାଉଛି । ଏହି ବାଣୀ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁଙ୍କ ମୁଖରୁ ବିଭି୍ନ ମଧୁର ମୁହୂର୍ତ୍ତରେ ଅବାରିତ ଭାବରେ ଝରି ପଡ଼ିଛି । ସେଗୁଡ଼ିକ ଦିବ୍ୟଦର୍ଶର ଭାବ ସଦ ବୋଲି ସେ ଉଦାର ଚ଼ିତ୍ତରେ କହିଥା'ନ୍ତି ।
ଏଥିରେ ଜଗତର କଲ୍ୟାଣ ନିହିତ ଥିବାରୁ ଏଗୁଡ଼ିକୁ ସଂଗ୍ରହ କରି ପ୍ରକାଶ କରାଗଲା ।
"ଗୁରର୍ବ୍ରହ୍ମା ଗୁରୁବିଷ୍ଣୁ ଗୁରୁର୍ଦେବୋ ମହେଶ୍ୱରଃ, ଗୁରୁସାକ୍ଷାତ୍ ପରମ୍ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।" ଶିଷ୍ୟ/ଶିଷ୍ୟା ନିଜର ପରମ ଆରାଧ୍ୟ ଗୁରୁଦେବଙ୍କର ଆରାଧନା, ଯେ କୌଣସି କାର୍ଯ୍ୟକରିବା ପୂର୍ବରୁ ଏହିପରି ଭାବରେ କରିଥାନ୍ତି । ବ୍ରହ୍ମା, ଯାହାଙ୍କର କି ସୃଜନ କ୍ଷମତା ଅର୍ଥାତ୍ ସୃଷ୍ଟି କରିବାର କ୍ଷମତା ଅଛି-ସେ ଗୁରୁ ଅଟନ୍ତି । ବିଷ୍ଣୁ, ଯେ ପାଳନ କରିବାର କ୍ଷମତା ରଖନ୍ତି-ସେ ଗୁରୁ ଅଟନ୍ତି । ମହେଶ୍ୱର, ମହାଦେବ ଯେ କି ସଂହାର କରିବାକୁ କ୍ଷମ ସେ ଗୁରୁ ଅଟନ୍ତି । ଏ ସଙ୍ଗେ ଯେଉଁ ଗୁରୁଦେବ ସୃଜନ, ପାଳନ ଏବଂ ସଂହାର କରିବା କ୍ଷମତା ରଖନ୍ତି ସେହି ଶ୍ରୀଗୁରୁଙ୍କୁ ଆମ୍ଭେ ନମସ୍କାର କରୁଅଛୁ । କାରଣ ସେ ସାକ୍ଷାତରେ ପରଂବ୍ରହ୍ମ ଅଟନ୍ତି ।
ଅମୃତବିନ୍ଦୁ
|
|
|
୧ - ଅଜ୍ଞାନତା ହିଁ ଦୁଃଖର କାରଣ ।
୨ - ତୁମେ ଦୁଃଖ ଚ଼ାହୁଁ ନାହଁ । ତୁମ ଅଜ୍ଞାନତା ହିଁ ତୁମକୁ ଦୁଃଖ ଦେଉଛି । ତୁମେ ପ୍ରକୃତରେ ଦିବ୍ୟ । ସୁତରାଂ ଦିବ୍ୟଜ୍ଞାନର ପୋଷଣ କର, ଦିବ୍ୟ କାମନା କର ଏବଂ ଦିବ୍ୟ ଭାବନା ରଖ, ତେବେଯାଇ ତୁମେ ଦିବ୍ୟାନନ୍ଦ ଅନୁଭବ
କରିପାରିବ ।
୩ - ଅଜ୍ଞାନରୁ ପାପ ଜନ୍ମେ । ପାପରୁ ଦୁଃଖ ଜାତ ହୁଏ । ସୁତରାଂ ଜ୍ଞାନକୁ ସ୍ୱାଗତ କରି ଦୁଃଖରୁ ମୁକ୍ତ ହୁଅ ।
୪ - ଜଡ଼କୁ ଯେପରି ଜ୍ଞାନ ଦ୍ୱାରା ବୁଝିହୁଏ, ସେହିଭଳି ଜ୍ଞାନ ଦ୍ୱାରା ଭଗବାନଙ୍କ ମହାନତାକୁ ବୁଝିହୁଏ ।
୫ - ଜ୍ଞାନରୁ ଧର୍ମ, ଧର୍ମରୁ ମୋକ୍ଷ ।
୬ - ଅଜ୍ଞାନ ଦ୍ୱାରା ଅହଂଭାବକୁ ପୋଷଣ କରି ଜୀବ ନିଜକୁ ସର୍ବେସର୍ବା ମନେକରେ କିନ୍ତୁ ଯେତେବେଳେ ସେ ଈଶ୍ୱରଙ୍କ ମହାନତାକୁ ଅନୁଭବ କରେ ସେତେବଳେ ନିଜର ଅକ୍ଷମତା ଉପରେ ତାର କ୍ରମେ କ୍ରମେ ସେତିକି ବିଶ୍ୱାସ ଦୃଢ଼
ହୁଏ ଏବଂ ସେ ନିଜକୁ କ୍ଷୁଦ୍ରରୁ କ୍ଷୁଦ୍ରତର ମନେକରେ ।ସୁତରାଂ ନିଜକୁ ଯେତେ ସାମାନ୍ୟ ମନେ କରିବ ତୁମେ ସେତେ ବଡ଼ ବୋଲି ବିବେଚ଼ିତ ହେବ । କାରଣ ଏହା ଦ୍ୱାରା ତୁମେ ମହତ୍ ଶକ୍ତିର
ଆଶୀର୍ବାଦ ପାଇବାକୁ ଯୋଗ୍ୟ ହେଉଛ ।
୭ - ଯିଏ ଯେତେ ଅଜ୍ଞାନ ସିଏ ସେତେ ସନ୍ଦେହ, ଭୟ ଓ ଦୁଃଖ ଭୋଗ କରିଥାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଅନ୍ୟର ଆଶ୍ରୟ ନେଇଥାଏ । ଅତଏବ ସମସ୍ତେ ଜ୍ଞାନବାନ ହୋଇ ଏଇ
ସବୁଥିରୁ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ଜ୍ଞାନଶକ୍ତିର ମହାନତାକୁ ସନ୍ଦର୍ଶ କରି ଧନ୍ୟ ହୁଅନ୍ତୁ ।
୮ - ଅଜ୍ଞାନ ଦ୍ୱାରା ହିଁ ଜୀବ ଭୟ କରେ । ଅଜ୍ଞାନ ଦ୍ୱାରା ହିଁ ବିପରୀତ କର୍ମ କରି ଦୁଃଖ ପାଏ । ଅଜ୍ଞାନ ଦ୍ୱାରା ହିଁ ନିଜ ସ୍ୱରୂପକୁ ନ ଜାଣି ପୁର୍ଜ୍ମ ପାଏ । ସୁତରାଂ ହେ ଭାଇ ସାଧୁ! ଜ୍ଞାନ ଆହରଣ
କରି ସମସ୍ତ ଭୟ ଓ ଦୁଃଖରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ନିଜ ସ୍ୱରୂପକୁ ଜାଣି ଅମରତ୍ୱ ଅର୍ଥାତ୍ ଅମୃତତ୍ୱ ଲାଭକର ।
୯ - ସମସ୍ତ ଭୟ ଓ ଦୁଃଖରୁ ମୁକ୍ତ କିଏ ? ଯିଏ ପରମାତ୍ମାଙ୍କ ନିକଟରେ ନିଜକୁ ସମର୍ପଣ କରି ଆଶୀର୍ବାଦ ଲାଭ କରିପାରିଛି ।
୧୦ - ନିରସ ଶୁଷ୍କ ଜୀବନ ଯାପନ କରାନାହିଁ । ତୁମେ ସେହି ପ୍ରେମାମୃତର ଦିବ୍ୟସିନ୍ଧୁକୁ ଅନ୍ତରରେ ଧାରଣ କରି ପ୍ରେମାମୃତର ଅଜସ୍ର ଧାରାରେ ସୃଷ୍ଟିକୁ ପ୍ଲାବିତ କର । ଦେଖିବ, ସମଗ୍ର ସୃଷ୍ଟି
ଅମୃତମୟ ହୋଇଯିବ ଏବଂ ସେହି ଅମୃତମୟ ପ୍ରେମବାରିକୁ ଆସ୍ୱାଦନ କରି ତୁମେ ଦିନେ ପରମାନନ୍ଦରେ ଲୀନ ହୋଇଯିବ । ଏଇତ, ଜୀବନର ବାସ୍ତବ ଲକ୍ଷ୍ୟ ।
୧୧ - ତୁମେ ସମସ୍ତ ଶକ୍ତିର ଆଧାର । ସୁତରାଂ ନିଜକୁ ନିଜେ ଅନୁସରଣ କର, ନିଜକୁ ନିଜେ ଜାଗ୍ରତ କର ଏବଂ ନିଜକୁ ନିଜେ ପ୍ରକାଶ କର ।
୧୨ - ପ୍ରକୃତରେ ତୁମେ ଧନ୍ୟ । ତୁମେ ହିଁ ପରମାନନ୍ଦର ଅଧିକାରୀ । କାରଣ ମାନବ ହେଉଛି ଜୀବ ଜଗତର ଶ୍ରେଷ୍ଠପ୍ରାଣୀ ଓ ଅନେକ ଜନ୍ମର ଫଳସ୍ୱରୂପ ସେ ଏହି ଦେବଦୁର୍ଲଭ ପୁଣ୍ୟ ଶରୀର ଲାଭ କରିଛି ।
୧୩ - ଏ ଜୀବନ ଜୀବନ ନୁହେଁ, ଯେ ଏ ଜୀବନକୁ ଜୀବନ ଦେଇଛନ୍ତି ତାଙ୍କୁ ଚ଼ିହ୍ନିବା ହିଁ ପ୍ରକୃତ ଜୀବନ ।
୧୪ - ଯେତେବେଳେ ଜାଣିପାରୁଛ ଯେ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କର ଆଶିଷ ପାଉଛ ଏବଂ ତାଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛ, ସେତେବେଳେ ବୁଝିବାକୁ ହେବ ତୁମେ ସମଦୃଷ୍ଟି ଲାଭ କରିଛ ।
ଏଣୁ ଶ।ନ୍ତି ସୁନିଶ୍ଚିତ ।
୧୫ - ବିଶ୍ବାସ ବିନା ଶଦ୍ଧ୍ର।, ବ୍ରହ୍ମ ଭାବନା ବିନ। ଆନନ୍ଦ ଏବଂ ଆତ୍ମ ସମପର୍ଣ ବିନ। ମୋକ୍ଷ ଅସମବ୍ଭ ।
୧୬ - ଯଦି ବଞ୍ଚିବାକୁ ଚ଼ାହଁ ତେବେ କର୍ତ୍ତବ୍ୟନିଷ୍ଠ ହୁଅ । ଯଦି ସୁଖଶାନ୍ତି ଚ଼ାହଁ ତେବେ ଦୈବୀଗୁଣକୁ ଧାରଣ କର । ଯଦି ମୁକ୍ତି ଚ଼ାହଁ ତେବେ ଆତ୍ମଜ୍ଞାନ ଲାଭକର ।
୧୭ - ଭଗବାନ (ସତ୍ୟ)ଙ୍କୁ ବିଶ୍ୱାସ କରିବା ହିଁ ପ୍ରଥମ ଓ ପରମ ଧର୍ମ । ନିଜର ସ୍ୱାର୍ଥକୁ ବଳି ଦେଇ ଅନ୍ୟର ଉପକାର କରିବା ବା ମଙ୍ଗଳ କାମନା କରିବା ଦ୍ୱିତୀୟ ଧର୍ମ । ନିଜକୁ ବଞ୍ଚାଇବା
(ନ୍ୟାୟାନୁଯାୟୀ) ଓ ଅନ୍ୟଙ୍କୁ ବଞ୍ଚିବାର ସୁଯୋଗ ଦେବା ତୃତୀୟ ଧର୍ମ ଅଟେ । ଅନ୍ୟମାନଙ୍କର ବଞ୍ଚିବା ନ ବଞ୍ଚିବା ଉପରେ ଗୁରୁତ୍ୱ ନ ଦେଇ ମୁଁ ଯେ ବଞ୍ଚିବି ଏହି ଭାବ ପୋଷଣ ଧର୍ମର
ଅନ୍ତର୍ଭୁକ୍ତ ହୋଇ ନ ପାରେ ।
୧୮ - ସମସ୍ତେ ଭାଗ୍ୟବାନ ହେବ।କୁ ଇଚ୍ଛା କରନ୍ତି କନ୍ତିୁ ହୋଇ ପାରନ୍ତି ନାହିଁ । କାରଣ ମନ୍ଦ ଗୁଣକୁ ଧାରଣ କରି କେହି କେବେ ଭାଗ୍ୟବାନ ହୋଇ ପାରେନା ।
କେବଳ ଦୈବିଗୁଣକୁ ଧାରଣ ଦ୍ବାରା ହିଁ ତାହା ସମବ୍ଭପର ହୋଇଥାଏ । ହେ ମାନବ ! ଦୈବିଗୁଣକୁ ଧାରଣ ହିଁ ଧର୍ମ । ଧର୍ମ ହିଁ ଭାଗ୍ୟବାନର ହେତୁ ।
୧୯ - ତୁମ ସ୍ଵରୂପ ଏହା ନୁହଁ, ତୁମେ ସତ୍ ଚିତ୍ ଆନନ୍ଦ ସ୍ବରୂପ । ହେଲେ ଅଜ୍ଞାନ ଅନ୍ଧକାରରେ ପଡି ନଜିର ପ୍ରକୃତ ସ୍ଵରୂପକୁ ଜାଣପି।ରୁ ନାହଁ । ଅତଏବ ଜ୍ଞାନଦୀପକୁ ଜାଳି ନିଜର ସ୍ଵରୂପ ଜାଣ ଏବଂ
ସମସ୍ତ ଦୁଃଖରୁ ମୁକ୍ତ ହୁଅ ।
୨୦ - ଆମେ ତାଙ୍କୁ (ଭଗ ବାନଙ୍କୁ) ଯେତକି ଥି ଜାଣୁ, ତାହାଠାରୁ ସେ ମହାନ୍ । ତାଙ୍କର ଆଶୀର୍ବାଦ ବିନା ତାଙ୍କୁ ବୁଝିବା ଅସମବ୍ଭ ।
୨୧ - ଭଗବାନଙ୍କ ନିକଟରେ ପହଞ୍ଚିବାକୁ ହେଲେ କିମ୍ୱା ତାଙ୍କୁ ପାଇବା ପାଇଁ ଯୋଗ୍ୟତା ଦରକାର ପଡେନାହିଁ, କିନ୍ତୁ ତାଙ୍କର ଆଶୀର୍ବାଦ ପାଇବାକୁ ହେଲେ ଯୋଗ୍ୟତା ଏକାନ୍ତ ଆବଶ୍ୟକ ।
ସୁତରାଂ ଈଶ୍ୱରଙ୍କ ଆଶୀର୍ବାଦର ପାତ୍ର ହୋଇ ଧନ୍ୟ ହୁଅ ।
୨୨ - ଉଠ! ଜାଗ୍ରତ ହୁଅ । ଜୀବନର ଲକ୍ଷ୍ୟ ସିଦ୍ଧି ପାଇଁ ପ୍ରସ୍ତୁତ ହୁଅ । କର୍ମ ହିଁ ସାଧନା, କର୍ମ ହିଁ ଜୀବନ, କର୍ମ ହିଁ ଆନନ୍ଦ ।
୨୩ - ନିଜ ସ୍ଥିତିକୁ ନିଜେ ଭଲ ଭାବରେ ବୁଝି ପାରିଲେ କର୍ମଫଳ କିପରି ଭୋଗ ହୁଏ ତାହା ବୁଝାପଡ଼ିବ ।
୨୪ - ଜଡ଼କୁ ସମର୍ଥ କରି ଜଡ଼ ହୋଇଯାଉଛ । ବୁଝିବା ଉଚ଼ିତ ଯେ, ଆଧ୍ୟାତ୍ମିକ ଜ୍ଞାନ ହିଁ ଜଡ଼ କବଳରୁ ମୁକ୍ତି ପ୍ରଦାନ କରିଥାଏ ।
୨୫ - ସତ୍ୟକୁ ଜାଣିବା ସେତେ ସହଜ ନୁହେଁ । ଜନ୍ମଜନ୍ମାନ୍ତରର ସୁସଂସ୍କାର ଦ୍ୱାରା ଜିଜ୍ଞାସା ଭାବ ଉଦୟ ହେଲେଯାଇ ସେଇ ପରମ ସତ୍ୟର ଆଭାସ ମିଳେ ।
୨୬ - ସତ୍ୟ ସ୍ୱତଃ ପ୍ରକାଶମାନ । ତାଙ୍କୁ କେହି ପ୍ରକାଶ କରନ୍ତି ନାହିଁ । ହେଲେ ଅଜ୍ଞାନୀ ମନୁଷ୍ୟ ସତ୍ୟକୁ ଜାଣିପାରେ ନାହିଁ । ତାଙ୍କୁ ଜାଣିବାକୁ ହେଲେ ଜ୍ଞାନର ଆଶ୍ରୟ ଆବଶ୍ୟକ ।
ସତ୍ୟାନୁସରଣ ଏବଂ ସତ୍ୟ ଆଚ଼ରଣ ଦ୍ୱାରା ହିଁ ସତ୍ୟ ପ୍ରକାଶ ପାଇଥାଏ ।
୨୭ - ସତ୍ୟକୁ ସମର୍ଥ କର । ସତ୍ୟକୁ ପ୍ରୟୋଗ କର । କାରଣ ସତ୍ୟକୁ ସତ୍ୟ ଦ୍ୱାରା ହିଁ ଲାଭ କରାଯାଏ । ସୁତରାଂ ଯାହା କିଛି ସମ୍ଭବ ତାହା ସତ୍ୟ ଦ୍ୱାରା ହିଁ ହୁଏ ।
୨୮ - ସତ୍ୟ ହିଁ ଅମୃତ, ମିଥ୍ୟା ବିଷ ଅଟେ ।
୨୯ - ମିଥ୍ୟାଦ୍ବାରା କୌଣସି ପଦାର୍ଥ ବା ବିଷୟକୁ ପ୍ରମାଣ କରା ଯାଇ ନପାରେ । ସତ୍ୟ ଦ୍ବାରା ହଁ ପ୍ରମାଣ କରା ଯାଇଥାଏ ।
୩୦ - ସତ୍ୟକୁ ଶଦ୍ଧ୍ର। କର, ସତ୍ୟକୁ ଭକ୍ତି କର ଏବଂ ସତ୍ୟକୁ ପେମ୍ର କର । ଏହା ହିଁ ତ ତୁମ ଜୀବନର ବ୍ରତ। ଏଥିରେ ଭରି ରହିଛି ଜୀବନର ମାଧୁର୍ୟ । ଏହା ହିଁ ତୁମ ସ୍ଵରୂପ ।
୩୧ - ଆମେ ସତ୍ୟ ଦ୍ବାରା ଜନ୍ମ ନେଇଛୁ , ସତ୍ୟ ଦ୍ବାରା ବଞ୍ଚଛିୁ ଏବଂ ଭାବିଷ୍ୟତରେ ସତ୍ୟ ଦ୍ବାରା ରା ହିଁ ବଞ୍ଚବୁ । ସତୁରାଂ ସତ୍ୟକୁ କେବେହେଲେ ଅବଜ୍ଞା କର ନାହିଁ ।
ସତ୍ୟକୁ ଅବଜ୍ଞା କରିବାର ଅର୍ଥ ଦୁଃଖକୁ ସ୍ବାଗତ କରବା , ନକର୍କୁ ଯିବା, ଅର୍ଥାତ୍ ନିଜେ ନିଜକୁ ହତ୍ୟା କରିବା ସଙ୍ଗେ ସମାନ ।
୩୨ - ତୁମେ ଦିବ୍ୟ , ଦିବ୍ୟ ତୁମର କାମ୍ୟ, ଦିବ୍ୟ ତୁମର ଆଧାର, ଦିବ୍ୟ ତୁମର ଜୀବନ ଏବଂ ଦିବ୍ୟ ହିଁ ତୁମର ସ୍ଵରୂପ ।
୩୩ - ଆତ୍ମଜ୍ଞାନ ଶୁଣିଲେ ବା ବହି ପଢ଼ିଲେ ମିଳେ ନାହିଁ । ବାରମ୍ୱାର ଚ଼ିନ୍ତ ଦ୍ୱାରା ଭାବାବିଷ୍ଟ ହେଲେଯାଇ ଆତ୍ମଜ୍ଞାନ ଲାଭ ହୁଏ ।
୩୪ - ମନ, ବୁଦ୍ଧି ଦ୍ୱାରା ଆତ୍ମାକୁ ଜାଣିହୁଏ ନାହିଁ । ବିବେକ ଦ୍ୱାରା ଆଭାସ ମାତ୍ର ମିଳେ । କେବଳ ଆତ୍ମା ଦ୍ୱାରା ଆତ୍ମାକୁ ଜାଣିହୁଏ । ମନ ନୁହେଁ,
ବୁଦ୍ଧି ନୁହେଁ, ବିବେକ ବି ନୁହେଁ " ମୁ ଆତ୍ମ ସ୍ଵରୂପ" ଏହି ଭାବ ଉଦୟ ହେଲେଯାଇ କେବଳ ଆତ୍ମା ଦ୍ୱାରା ଆତ୍ମାକୁ ଜାଣିହୁଏ ।
୩୫ - ଜ୍ଞାନ ଓ ସାଧନା ବଳରେ ଅସାଧ୍ୟ ସାଧନ କରିହେବ । ଯେଉଁଠାରେ କିଛି ଅସାଧ୍ୟ ମନେହୁଏ, ବୁଝିବାକୁ ହେବ ଯେ ସେଠାରେ ଏ ଦୁଇଟି ମଧ୍ୟରୁ ଗୋଟିକର ବା ଉଭୟର ଅଭାବ
ରହିଛି ।
୩୬ - ଜ୍ଞାନ ହେଉଛି ଗୋଟିଏ ଦର୍ପଣ, ଯାହା ଦ୍ୱାରା ନିଜକୁ ତଥା ଅନ୍ୟକୁ ଦେଖିହୁଏ ।
୩୭ - ପ୍ରତ୍ୟେକ ଭିତରେ ସତ୍ୟ ରହିଛି । ସତ୍ୟକୁ ଜାଣିଲେ ହିଁ ପ୍ରକୃତ ଶାନ୍ତି ମିଳିଥାଏ ।
୩୮ - ମନ, ବୁଦ୍ଧି ଓ ବିବେକର ଭାବ ସମାନ ହେବା ଅବସ୍ଥାକୁ ଶାନ୍ତି କୁହାଯାଏ । ବିଷମ ଅବସ୍ଥାରେ ଦ୍ୱନ୍ଦ୍ୱ ଉପୁଜେ ।
୩୯ - ଈଶ୍ୱରଙ୍କଠାରେ ଦୃଢ଼ ବିଶ୍ୱାସ ନ ରଖିଲେ ମନକୁ ସଂଯତ କରିପାରିବ ନାହିଁ ।
୪୦ - ମନକୁ ଯେତେ ସ୍ଥିର କରିବ, ମଣିଷ ସେତେ ଆନନ୍ଦ ପାଇବ । ପୁଣି ଜ୍ଞାନ ଓ ମନର ସ୍ଥିରତା ଯେତେ ଅଧିକ ହୁଏ ସେତେ ପୂର୍ଣ୍ଣାନନ୍ଦ ମିଳେ ।
୪୧ - ସତ୍ୟ ହିଁ ଶାନ୍ତି, ସତ୍ୟ ହିଁ ଆନନ୍ଦ ଓ ସତ୍ୟ ହିଁ ମୋକ୍ଷର ଚ଼ରମ ଆଧାର ।
୪୨ - ସତ୍ୟ ଏଭଳି ଏକ ବିଷୟ ଯାହା ସହଜରେ ଧରାଦିଏ ନାହିଁ । ପଛରେ ଗୋଡ଼ାଇଲେ ବହୁ ଦୂରକୁ ଚ଼ାଲିଯାଏ । କିନ୍ତୁ ମନେରଖ ସେ ତୁମର ନିକଟରୁ ନିକଟତର । ତୁମ ଅନ୍ତର ଭିତରେ
ଅନ୍ତର, ଜୀବନ ଭିତରେ ଜୀବନ ହୋଇ ପ୍ରକାଶ ପାଉଛନ୍ତି । ତୁମର ସବୁକିଛି ତାଙ୍କ ଦ୍ୱାରା ପ୍ରକାଶିତ । ଅଜ୍ଞାନତା ବଶତଃ ତୁମେ ତାଙ୍କୁ ବୁଝିପାରୁ ନାହଁ । ଥରେ ତାଙ୍କୁ ସ୍ୱାଗତ କଲେ ସେ
ବଳେ ବଳେ ବିଭି୍ନ ରୂପରେ ତୁମ ପାଖରେ ପହଞ୍ଚବେ । ଶେଷରେ ଏମିତି ସମୟ ଆସିବ ଆହୁରି କିଛି ପାଇ ତୁମେ ଅନୁଭବ କରିବ "ସେ" ହିଁ "ମୁଁ" ଏବଂ "ମୁଁ " ହିଁ "ସେ" ।
୪୩ - ସେ ହିଁ ସତ୍ୟ, ସେ ହିଁ ଜ୍ଞାନ, ସେ ହିଁ ଆନନ୍ଦ ସ୍ୱରୂପ । ସୃଷ୍ଟିରେ ଯାହା ଦେଖୁ ସମସ୍ତ ଆଧାର ହେଉଛନ୍ତି ସେହି ପରମ ପୁରୁଷ-ପରମବ୍ରହ୍ମ ।
ସୁତରାଂ ତାଙ୍କର ଶରଣାଗତ ହୋଇ ଧନ୍ୟ ହୁଅ ।
୪୪ - ସତ୍ୟ ସମନ୍ଧ୍ୱୀୟ ଜ୍ଞାନ ଦ୍ବାରା ବିଶ୍ବାସ ଜନ୍ମେ । ବିଶ୍ବାସରୁ ଶ୍ରଦ୍ଧା ବା ଭକ୍ତି ଜନ୍ମେ । ଭକ୍ତିରୁ ଆଶିର୍ବାଦ ମିଳେ । ସୁତରାଂ ତୁମେ ସକାରବାଦୀ ହୁଅ ବା ନିରାକାରବାଦୀ ହୁଅ ଯାଏ ଆସେ ନାହିଁ । କେବଳ
କେବଳ ଶ୍ରଦ୍ଧା ବା ଭକ୍ତି ଉଦୟ ହେବା ସକାଶେ ତତ୍ ସମ୍ବନ୍ଧୀୟ ଜ୍ଞାନ ଆହରଣ କର, ଯଦ୍ବାରା ତୁମେ ଆଶିର୍ବାଦ ପାଇପାରବି ।
୪୫ -
[ work in proress ]
|
|
|